ମହିଳାଙ୍କୁ ମରଣାତ୍ମକ ଆକ୍ରମଣ : ଦିଅର ଶାଶୂ, ଶ୍ୱଶୁର କୋର୍ଟ ଚାଲାଣ

ପାଣିକୋଇଲି,ଏନ୍ଏନ୍ଏସ୍ : ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପାଣିକୋଇଲି ପୁଲିସ ଆଜି ମହିଳାଙ୍କ ଦିଅର, ଶ୍ୱଶୁର ଓ ଶାଶୂଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ତାଜପୁର (ଗୋବିନ୍ଦପୁର) ଗ୍ରାମର ଜଳଧର ସ୍ୱାଇଁଙ୍କ ସ୍ତ୍ରୀ ସରୋଜିନୀଙ୍କୁ ଅଧିକ ଯୌତୁକ ଦାବିରେ ତାଙ୍କ ଶ୍ୱଶୁର କାଳନ୍ଦୀ ସ୍ୱାଇଁ, ଶାଶୂ ସାବିତ୍ରୀ ସ୍ୱାଇଁ ଓ ଦିଅର ମହେନ୍ଦ୍ର ସ୍ୱାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ। ହେଲେ ସରୋଜିନୀ ଓ ସ୍ୱାମୀ ଜଳଧର ସ୍ୱାଇଁ ଦୀର୍ଘ ବର୍ଷ ହେବ ପୃଥକ ଭାବେ ରହୁଥିଲେ। ଦିଅର ମହେନ୍ଦ୍ର ଉତକ୍ଷିପ୍ତ ହୋଇ ଭାଉଜ ସରୋଜିନୀକୁ ତା’ର ସ୍ୱାମୀଙ୍କ ଅନୁପସ୍ଥିତିରେ ମାଡ଼ ମାରିଥିଲା। ଏହି ସମୟରେ ଗ୍ରାମବାସୀ ସେଠାରେ ପହଂଚି ସରୋଜିନୀକୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ଶାଶୂ, ଶ୍ୱଶୁର ଓ ଦିଅରକୁ ବାନ୍ଧି ପକାଇଥିଲେ। କଙ୍ଗାରୁ କୋର୍ଟ ଗ୍ରାମବସୀମାନେ ବସାଇଥିଲେ। ହେଲେ ଖବର ପାଇ ପୁଲିସ ଘଟଣାସ୍ଥଳେ ପହଂଚି ସେମାନଙ୍କୁ ଥାନାକୁ ଆଣିଥିଲେ। ଆଜି ଉକ୍ତ ମାମଲାନୁଯାୟୀ କାଳନ୍ଦୀ (୬୬), ସାବିତ୍ରୀ(୬୨) ଓ ମହେନ୍ଦ୍ର(୨୨)ଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି ବୋଲି ଜଣାପଡ଼ିଛି।