ପାଟଣା ଅବକାରୀ ବିଭାଗର ଚଢ଼ଉ, ୩ଗିରଫ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା, ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ପାଟଣା ଥାନା ସାନନାଳୀ ଗ୍ରାମରୁ ତପନ ମୁଣ୍ଡା, ଏରେଣ୍ଡେଇ ଗ୍ରାମରୁ ମହାଦେବ ମହାନ୍ତ ଓ ଲଷ୍ମୀପଶି ଗ୍ରାମରେ ଚଢଉ କରାଯାଇ ପ୍ରଚୁର ମଦ ଜବତ କରାଯାଇଥିଲା। ସେହିପରି ତୁରୁମୁଙ୍ଗା ଥାନା ଖଜିରା ପାଟ ଗ୍ରାମରୁ ପ୍ରଦୀପ କୁମାର ମହାକୁଡ଼ଙ୍କ ନିକଟରୁ ୪୫ଲିଟର ଦେଶୀ ମଦ ସହ ଉକ୍ତ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଟଣା ଅବକାରୀ ବିଭାଗ ଇନ୍ସପେକ୍ଟର ଦିଲ୍ଲୀପ କୁମାର ତାଣ୍ଡି ସୂଚନା ଦେଇଛନ୍ତି।