ଦିନକରେ ଗୋଟିଏ ସ୍ଥାନରେ ୩ଥର ଦୁର୍ଘଟଣା : ଜଣେ ମୃତ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଗୋଟିଏ ସ୍ଥାନରେ ୩ଥର ଦୁର୍ଘଟଣା ଘଟିଛି। ଆଜି ସକାଳେ ଡାମ୍ପରା ନିକଟରେ ଏକ ଗ୍ୟାସ୍ କଣ୍ଟେନର ଓଲଟି ପଡ଼ିଥିଲା। କଣ୍ଟେନର ଓଲଟି ଗ୍ୟାସ୍ ଲିକ୍ ହେବାରୁ ଗାଡ଼ି ଚଳାଚଳ ବନ୍ଦ ଥିଲା। ଘଟଣାସ୍ଥଳକୁ ଆସୁଥିବା ପୁଲିସ ଗାଡ଼ି ଓଲଟିଥିଲା। ପୁଲିସ ଗାଡ଼ି ଓଲଟିବାରୁ ସେଥିରେ ଥିବା ୫ଜଣ ପୁଲିସ କର୍ମଚାରୀ ଗୁରୁତର ହୋଇଥିଲେ। ଏବେ ପୁଣି ଘଟଣାସ୍ଥଳରେ ଏକ ଟ୍ରକ ଓଲଟି ଡ୍ରାଇଭର ପ୍ରାଣ ହରାଇଛନ୍ତି। କଣ୍ଟେନର ପଡ଼ିଥିବା କିଛି ଦୂରରେ ପାର୍କିଂ କଲାବେଳେ ଟ୍ରକଟି ଓଲଟି ପଡ଼ିଥିବା ସୂଚନା ମିଳିଛି।