ଦେଶରେ ୩.୪୩ ଲକ୍ଷ ନୂଆ କୋଭିଡ ପଜିଟିଭ ଚିହ୍ନଟ, ୪ ହଜାର ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଜାରି କରାଯାଇଛି।

ଏହି ନୂଆ କୋଭିଡ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨ କୋଟି ୪୦ ଲକ୍ଷ ୪୬ ହଜାର ୮୦୯କୁ ବୃଦ୍ଧି ପାଇଛି। ଅନ୍ୟପଟେ କୋଭିଡ ସଂକ୍ରମିତ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୪ ହଜାର ୭୭୬ ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ କୋଟି ୭୯ ହଜାର ୫୯୯ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ୩୭ ଲକ୍ଷ ୪ ହଜାର ୮୯୩ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଥିବା ବେଳେ ୨ ଲକ୍ଷ ୬୨ ହଜାର ୩୧୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଦେଶରେ ଆଜି ସୁଦ୍ଧା ୧୭ କୋଟି ୯୨ ଲକ୍ଷ ୯୮ ହଜାର ୫୮୪ ଜଣ କୋଭିଡ ଟିକା ନେଇସାରିଛନ୍ତି।