ରାଜ୍ୟରେ ୨ହଜାରକୁ ଟପିଲା ସୁସ୍ଥସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୪୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୨୧୩୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୧୪୦ ଜଣଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୪, ଗଞ୍ଜାମରୁ ୨୨, ନୂଆପଡ଼ାରୁ ୨୧, ଯାଜପୁର, ଖୋର୍ଦ୍ଧା ଓ ଜଗତସିଂହପୁରରୁ ୧୧ ଲେଖାଏଁ, ସୁନ୍ଦରଗଡ଼ରୁ ୮, ବଲାଙ୍ଗିର ଓ ଭଦ୍ରକରୁ ୭, ଢ଼େଙ୍କାନାଳରୁ ୫, ବରଗଡ଼, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱର ଓ ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ରେ ପହଂଚିଥିବା ବେଳେ ୨୧୩୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୯୮ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।