ଦ୍ୱିତୀୟ ଟି-ଟ୍ୱୋଣ୍ଟି ମ୍ୟାଚ ସ୍ଥଗିତ: କୃନାଲ ପାଣ୍ଡ୍ୟା କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ହେବାକୁ ଥିବା ଦ୍ୱିତୀୟ ଟି-ଟ୍ୱୋଣ୍ଟି ମ୍ୟାଚକୁ ସ୍ଥଗିତ ରଖାଯାଇଛି। କାରଣ ଭାରତୀୟ ଟିମର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଉଭୟ ଭାରତ ଓ ଶ୍ରୀଲଙ୍କା ଟିମକୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି।