କେନ୍ଦ୍ରାପଡାରେ ଦ୍ଵିତୀୟ କରୋନା ପଜିଟିଭ ଚିହ୍ନଟ ଜିଲ୍ଲା By Nitidin Last updated Apr 12, 2020 Share କେନ୍ଦ୍ରାପଡା,ଏନ୍ଏନ୍ଏସ୍: କେନ୍ଦ୍ରାପଡାରେ ଦ୍ଵିତୀୟ ଚିହ୍ନଟ ହେଲେ କରୋନା ପଜିଟିଭ। ଜିଲ୍ଲାର ୨ୟ ପଜିଟିଭ ବାହାରିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା। ଚିହ୍ନଟ ହୋଇଥିବା ବ୍ୟକ୍ତି ରାଜନଗର ଅଞ୍ଚଳର ବୋଲି ଜଣାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କୁ କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହି ସ୍ଥାନର ଦୁଇଟି ଗାଁକୁ ପ୍ରଶାସନ ସମ୍ପୂର୍ଣ୍ଣ ସିଲ କରିବା ସହ ସାନି ଟାଇଜ କରୁଛନ୍ତି। କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତି ବାହାରୁ ଆସିଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଏହାସହ ସେହି ଅଞ୍ଚଳକୁ ବିଶୋଧନୀକରଣ କରାଯାଉଛି। ସଂକ୍ରମିତଙ୍କ ପରିବାର ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବା ସହ ସେମାନଙ୍କ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଠାବ କରାଯାଇ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି। Share