+୨ ପରୀକ୍ଷା : ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୧୧ ପରୀକ୍ଷାର୍ଥୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି +୨ ପରୀକ୍ଷା। ତେବେ ପ୍ରଥମ ଦିନ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିଲ। ହେଲେ ପରୀକ୍ଷାରେ କପି କରି ୧୧ ପରୀକ୍ଷାର୍ଥୀ ଏମପି ହୋଇଛନ୍ତି। ଏଥିରୁ ସେଣ୍ଟ୍ରାଲ ଜୋନ୍ରେ କଟକ, ପୁରୀ ଓ ଢ଼େଙ୍କାନାଳ ଜିଲ୍ଲାରେ ୪ଜଣ କପି କରି ଧରାପଡିଥିବା ବେଳେ ବ୍ରହ୍ମପୁର ଜୋନ୍ରେ ୩ ଜଣ, ବାରିପଦା ଜୋନରେ ୨ ଏବଂ ସମ୍ବଲପୁର ଜୋନରେ ୨ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି।