କମେଣ୍ଟମରାକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ, ୨ ମୃତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ସାମାନ୍ୟ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରିମାଲ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଏହି ଘଟଣାରେ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଭଣ୍ଡାରିମାଲ ଗ୍ରାମ ତଳିପଡାର ଶକ୍ତିଭୂଷଣ କୁମରା ୩୫ ଏବଂ ଅରବିନ୍ଦ କୁମରା ୨୫ । ଆହତମାନଙ୍କ ମଧ୍ୟରେ ବିଭୁତି ଭୂଷଣ କୁମରା ନନ୍ଦଲାଲ ଭୁଏଙ୍କ ସହ ଆଉ ଦୁଇଜଣ ଯୁବକ ରହିଛନ୍ତି । ସମସ୍ତ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି

ଘଟଣାଟି ଗତ ରାତି ପ୍ରାୟ ୯ ଟାରେ ଘଟିଥିଲେ ମଧ୍ୟ ଲୋକେ ଭୟରେ ପୁଲିସକୁ ଖବର ଦେଇନଥିଲେ । ରାତି ପ୍ରାଯ ୧୧ ଟିରେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଗାଁରେ ପରିସ୍ଥିତି ଠିକ ନଥିବାରୁ ଏଏସପି ପି କେ ମହାପାତ୍ରଙ୍କ ସହ ଏସଡିପିଓ ଯୁଯୁମୁରା ଆଇଆଇସି ଉପସ୍ଥିତ ରହିବା ସହ ୨ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ମୃତକଙ୍କ ସମ୍ପକୀୟ ଭଉଣୀଙ୍କୁ ଗାଁର କିଛି ଯୁବକ କମେଣ୍ଟ ମାରୀବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ।

କମେଣ୍ଟ ମାରିଥିବା ଯୁବକଙ୍କ ସହ ପ୍ରଥମେ ଘଟଣାକୁ ନେଇ କଥା କଟାକଟି ହୋଇଥିଲା । ପରେ ଯୁଵକମାନେ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ସହ ମୃତକଙ୍କ ଗୋଟିଏ କରି ଗୋଡ କାଟିଦେଇ ଥିଲେ । ମଂଗଳବାର ସକାଳୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖାଯାଇଛି। ଘଟଣା ପରଠାରୁ ଗ୍ରାମରେ ଚାପା ଉତ୍ତେଜନା ଲାଗିଳହିଛି ।