୨୯୯ ଜଣ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ୨୯୯ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିବା ଜଣାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ୮୩୩ଜଣଙ୍କୁ ଚୟନ କରାଯାଇଥିବା ବେଳେ ଏଥିରୁ ବର୍ତ୍ତମାନ ପାଇଁ ୨୯୯ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଏହା ନଭେମ୍ବର ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଜୟଦେବ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତ ଅଧ୍ୟାପକଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ଏଥି ସହ ସେ କହିଛନ୍ତି ଯେ ଜଣେ ଶିକ୍ଷକର ଉଚ୍ଚ ସମ୍ମାନ ଥାଏ ସୋସାଇଟିରେ ଏବଂ ଜଣେ ଶିକ୍ଷକ ସୋସାଇଟିର ଭବିଷ୍ୟ ତିଆରି କରେ ବୋଲି କହି ସେମାନଙ୍କୁ ଉତ୍ସାହିତ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଶୁକ୍ରବାର ଏହି ନିଯୁକ୍ତି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।