ରାଜ୍ୟରେ ଦିନକରେ ୨୯୦ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ପୁଣି ଡରାଇଲାଣି କୋରୋନା। ରାଜ୍ୟରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ। ଆଜି ରାଜ୍ୟରେ ମୋଟ ୨୯୦ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ନୂଆପଡାରୁ ୪୦ ଜଣ, ଝାରସୁଗୁଡାରୁ ୨୧ ଜଣ, କଟକରୁ ୧୬ ଜଣ, ବରଗଡରୁ ୧୫ ଜଣ, ସୁନ୍ଦରଗଡରୁ ୧୪ ଜଣ, ସମ୍ବଲପୁରରୁ ୧୧ ଜଣ, ଅନୁଗୁଳରୁ ୧୦ ଜଣ, ମୟୂରଭଞ୍ଜରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ୩,୪୦,୧୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ୧୬୫୦ଟି ସକ୍ରିୟ ମାମଲା ରହିଛି। ରାଜ୍ୟରେ କୋରୋନାରୁ ୩,୩୬,୫୭୧ ଜଣ ସୁସ୍ଥ ହୋଇଛନ୍ତି।