ରାଜ୍ୟରେ ସର୍ବାଧିକ ୨୯୦ କରୋନା ଆକ୍ରାନ୍ତ ସୁସ୍ଥ: ସଂଖ୍ୟା ୬,୨୨୪କୁ ବୃଦ୍ଧି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ରେକର୍ଡସଂଖ୍ୟକ ୨୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୬,୨୨୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୨୯୦ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୯୯, ଗଜପତିରୁ ୫୬, ଝାରସୁଗୁଡ଼ାରୁ ୩୩, କଟକ ଓ ନବରଙ୍ଗପୁରରୁ ୧୬ ଲେଖାଏଁ, ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଦ୍ଧାରୁ ୧୦ ଓ ମୟୁରଭଞ୍ଜ ଜିଲ୍ଲାରୁ ୮ଜଣ ରହିଛନ୍ତି। ସେହିପରି କେଉଁଝର ଓ ପୁରୀରୁ ୬ ଲେଖାଏଁ, ଜଗତସିଂହପୁରରୁ ୫, ନୟାଗଡ଼ରୁ ୩, ବରଗଡ଼ ଓ କୋରାପୁଟରୁ ୨ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୭୦କୁ ବୃଦ୍ଧି ପାଇଥିବାବେଳେ ୬,୨୨୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୬ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୮୧୦ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।