ମୟୂରଭଞ୍ଜରୁ ୨୮ ନୂଆ ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ଆଜି ମୟୂରଭଞ୍ଜ ଜିଲ୍ଲାରୁ ନୂଆ ୨୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪୮ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ଼ କେୟାର ସେଣ୍ଟର ଓ କୋଭିଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯିବାସହ ସେମାନଙ୍କର ଯାତ୍ରା ବିବରଣୀକୁ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୫୧୧ ରହିଥିବାବେଳେ ଅଗଷ୍ଟ ୪ ତାରିଖ ସୁଦ୍ଧା ସକ୍ରିୟ ସଂଖ୍ୟା ୨୩୫ ରହିଛି।