ରାମନାଗୁଡା,ଏନ୍ଏନ୍ଏସ୍: କେରଳ, ତାମିଲନାଡୁ, କଣ୍ଣାଟକ, ତେଲେଙ୍ଗାନା ଆଦି ରାଜ୍ୟରୁ ସ୍ତ୍ରତନ୍ତ୍ର ବସ୍ ଯୋଗ ୨୯ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ରାମନାଗୁଡା ବ୍ଲକ ନିକଟସ୍ଥ ମହିପାଙ୍ଗା ନିକଟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଛି। ଏ ନେଇ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବ୍ଲକ୍ ପ୍ରଶାସନ ପକ୍ଷରୁ ରାମନାଗୁଡା ବିଡିଓ ବେଣୁଧର ଶବର ଶ୍ରମିକଙ୍କୁ ସ୍ୱାଗତ କରିବା ସହ ଅର୍ଭଥନା କେନ୍ଦ୍ରରେ ନାମ ପଞ୍ଜିକରଣ ପରେ ଶ୍ରମିକଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେହିପରି ମେଡ଼ିକାଲ ଟିମ ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ତା ପଚାରି ବୁଝିବା ସହ ଯଦି କୌଣସି ସମସ୍ୟା ଦେଖାଦିଏ ତୁରନ୍ତ ସେଠାରେ ଥିବା ଶିକ୍ଷକଙ୍କୁ ଜଣାଇବା ସହ ଖବରଦେବାକୁ କହିଥିଲେ।
ସୂଚନା ଅନୁଯାୟୀ ରାମନାଗୁଡା ବ୍ଲକର ନିଲାମଗୁଡା ପଞ୍ଚାୟତ ୨ଜଣ, ଭାମିନି ପଞ୍ଚାୟତର ୬ଜଣ, ପାରିଖିତି ପଞ୍ଚାୟତର ୮ଜଣ, ଗୋଗୁପାଡୁ ପଞ୍ଚାୟତର ଜଣେ, ବୁତିଂ ପଞ୍ଚାୟତର ଜଣେ, ଉକାମ୍ବା ପଞ୍ଚାୟତର ଜଣେ ପ୍ରବାସୀ ଶ୍ରମିକ ଫେରିଥିବା ସୂଚନା ମିଳିଛି। ସେହିପରି ରାମନାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୭୪ଜଣ ପ୍ରବାସୀ ଶ୍ରମିକଙ୍କୁ ନିଜ କ୍ବାରେଣ୍ଟାଇନ ଅବଧି ଶେଷହେବା ପରେ ସେମାନଙ୍କ ଘର ଅଭିମୁଖେ ପଠାଇ ଦିଆଯାଇଛି। ଏଥିରେ ବିଡିଓ ବେଣୁଧର ଶବର, ସରପଞ୍ଚ ସୁଶିଳା ନିମାଲା, ପିଏ ତାରିଣୀ ରାଓ, ବିଏସଏସଓ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ।