ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧,୭୯୨ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧,୧୦୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଆଜି ପୁଣି ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ୩୦ଟି ଜିଲ୍ଲାରୁ ସର୍ବାଧିକ ୨,୮୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସର୍ବାଧିକ ଖୋର୍ଦ୍ଧାରୁ ୫୨୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୪୧, ନୟାଗଡ଼ରୁ ୨୩୨, ଗଞ୍ଜାମରୁ ୨୨୬, ବଲାଙ୍ଗିରରୁ ୧୭୩, ବାଲେଶ୍ୱରରୁ ୧୪୦, କୋରାପୁଟରୁ ୧୩୨, ଭଦ୍ରକରୁ ୧୦୭, ରାୟଗଡ଼ାରୁ ୧୦୫, ପୁରୀରୁ ୧୦୪, ସୁନ୍ଦରଗଡ଼ରୁ ୧୦୧, ଜଗତସିଂହପୁରରୁ ୮୪, ସମ୍ବଲପୁରରୁ ୭୭, କଳାହାଣ୍ଡିରୁ ୭୬, ଯାଜପୁରରୁ ୬୯, କନ୍ଧମାଳରୁ ୬୩, କେନ୍ଦ୍ରାପଡ଼ାରୁ ୫୭, ମାଲକାନଗିରିରୁ ୫୬, ମୟୂରଭଞ୍ଜ ଓ ଗଜପତିରୁ ୫୩ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୪୯, ଢେଙ୍କାନାଳରୁ ୪୪, ନବରଙ୍ଗପୁରରୁ ୩୭, କେନ୍ଦୁଝରରୁ ୩୫, ସୋନପୁରରୁ ୨୩, ଅନୁଗୁଳରୁ ୧୬, ବରଗଡ଼ରୁ ୯, ନୂଆପଡ଼ାରୁ ୮, ଦେବଗଡ଼ରୁ ୩ ଓ ବୌଦ୍ଧରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ରେ ପହଞ୍ଚିଥିବା ବେଳେ ୨୨,୬୫୧ ଜଣ ସକ୍ରିୟ ଅଛନ୍ତି। ସେହିପରି ୪୬,୯୩୫ ଜଣ ସୁସ୍ଥ ହୋଇସାରିଛନ୍ତି।
ସେହିପରି ରାଜ୍ୟରେ ଆଜି ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଏହି ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪ ଜଣ ଏବଂ କଟକ, ପୁରୀ, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଥିବା ଜଣାପଡ଼ିଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଛି। ସେଥିରୁ ଗଞ୍ଜାମର ୧୬୬ ଜଣ ଓ ଖୋର୍ଦ୍ଧାର ୫୨ ଜଣ ରହିଛନ୍ତି।