ପ୍ରଥମ ଇନିଂସ ଶେଷ: ଭାରତକୁ ୨୮୭ ରନର ଲକ୍ଷ୍ୟ

ବେଙ୍ଗାଲୁରୁ,ଏଜେନ୍ସି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଅନୁଷ୍ଠିତ ହୋଇଥିବା ବେଳେ ଏହା ଶେଷ ତଥା ତୃତୀୟ ସିରିଜ ଖେଳାଯାଉଛି। ଏହି ମ୍ୟାଚଟି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଛି। ସମ୍ପୂର୍ଣ୍ଣ ୫୦ ଓଭର ଖେଳି ୯ଟି ୱିକେଟ ପତନ ହୋଇଥିବା ବେଳେ ୨୬ ରନ୍‌ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିଭ୍‌ ସ୍ମିଥ ସର୍ବାଧିକ ୧୩୧ଟି ବଲରୁ ୧୩୨ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ୧୪ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ସେହିଭଳି ଲାବୁସେନ ୬୪ଟି ବଲ ଖେଳି ପାଞ୍ଚଟି ଚୌକା ସହାୟତାରେ ୫୪ରନଅଲେକ୍ସ କ୍ୟାରି ୩୬ବଲରେ ୩୫ରନ(୬ଟି ଚୌକା), ଆରୋନ ଫିଞ୍ଚ ୨୬ଟି ବଲରେ ୧୯ରନ(ଗୋଟିଏ ଛକା ଏବଂ ଗୋଟିଏ ଚୌକା) କରିଛନ୍ତି।

ଭାରତ ପକ୍ଷରୁ ମହମ୍ମଦ ସାମି ଚାରୋଟି ୱିକେଟ ନେଇଛନ୍ତି। ସେହିଭଳି ରବିନ୍ଦ୍ର ଜାଡେଜା ଦୁଇଟି, ନବଦୀପ ସାଇନି ଏବଂ କୂଳଦୀପ ଯାଦବ ଗୋଟିଏ ଗୋଟିଏ ୱିକେଟ ନେଇଛନ୍ତି। ଆଜିର ମ୍ୟାଚରେ ଯଶପ୍ରୀତ ବୁମ୍‌ରା ୱିକେଟ ପାଇନଥିଲେ ମଧ୍ୟ ନିୟନ୍ତ୍ରଣରେ ବୋଲିଂ କରିଥିଲେ। ସେ ୧୦ଓଭର ବୋଲିଂ କରି ମାତ୍ର ୩୮ରନ ଦେଇଛନ୍ତି।