ରାଜ୍ୟରେ ଆଉ ୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଉଦ୍ଧାରକାରୀ ଦଳର ୮ ସାମିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ୨୫୬ ଜଣ କ୍ୱାରେଣ୍ଟାଇନର ଓ ୨୬ ଜଣ ଲୋକାଲର ଅଛନ୍ତି। ସେହିପରି ଉଦ୍ଧାରକାରୀ ଦଳର ୮ ଜଣ କରୋନା ସଂକ୍ରମିତି ଚିହ୍ନଟ ହୋଇଛନ୍ତି।

ଜିଲ୍ଲାମାନଙ୍କରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଜପତିରୁ ୭୬ ଜଣ, ଗଞ୍ଜାମରୁ ୭୫ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ଝାରସୁଗୁଡ଼ାରୁ ୨୩ ଜଣ, କନ୍ଧମାଳରୁ ୧୭ ଜଣ, ସମ୍ବଲପୁରରୁ ୧୩ ଜଣ, ଜଗତସିଂହପୁରରୁ ୧୧ ଜଣ, ପୁରୀରୁ ୯ ଜଣ, ଯାଜପୁର ଓ ମୟୁରଭଞ୍ଜରୁ ୬ ଜଣ ଲେଖାଏଁ, କଟକରୁ ୪ ଜଣ, ବାଲେଶ୍ୱରରୁ ୩ ଜଣ ଓ ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ୫,୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩,୯୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧,୭୪୦ ଜଣ ସକ୍ରିୟ ଅଛନ୍ତି।