ଦିନକରେ ୨୮ ହଜାର ୭୦୧ ଆକ୍ରାନ୍ତ ଚିହ୍ନଟ, ୫୦୦ ଜଣଙ୍କ ମୁଣ୍ଡ ନେଇଛି କରୋନା ଭାଇରସ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଭୟଙ୍କର ହେଉଛି କରୋନା। ବିଶ୍ଵର ୨୧୩ ଦେଶକୁ ବ୍ୟାପିଥିବା କରୋନା ମହାମାରୀ ଯୋଗୁଁ ଆମ ଦେଶରେ ମଧ୍ୟ ସ୍ଥିତି ଗମ୍ଭୀର ହେଉଛି। ଗତ ୨୪ ଘଣ୍ଟାରେ ୨୮ ହଜାର ୭୦୧ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ୫୦୦ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଫଳରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ଲକ୍ଷ ୭୮ ହଜାର ୨୫୪ରେ ପହଞ୍ଚିଛି। ଭାରତରେ ୨୩ ହଜାର ୧୭୪କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମୋଟ୍ ସଂକ୍ରମିତ ମଧ୍ୟରୁ ୫ ଲକ୍ଷ ୫୩ ହଜାର ୪୭୧ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୧ ହଜାର ୬୦୧ ସକ୍ରିୟ ଅଛନ୍ତି।