ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଉତ୍ତର ପ୍ରଦେଶ ଓ ବିହାରରେ ବଜ୍ରପାତ ଘଟଣାରେ ୨୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗତକାଲି ଦେଶର ବିଭିନ୍ନ ସ୍ଥାନରେ ବର୍ଷା ସହିତ ବଜ୍ରପାତ ହୋଇଛି। ଉତ୍ତର ଭାରତରେ ଏହାର ପ୍ରଭାବ ଅଧିକ ରହିଛି।
ଏହି ପରିପ୍ରେକ୍ଷୀରେ ବିହାରର ୬ଟି ଜିଲ୍ଲାରେ ବଜ୍ରପାତ ହୋଇ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଗୋପାଳଗଞ୍ଜ, ଭୋଜପୁର ଓ ରୋହତାସରେ ୩ ଜଣ ଲେଖାଏଁ, ସାରଣ, କୈମୁର ଓ ବୈଶାଳୀ ଜିଲ୍ଲାରେ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧୫ ଲୋକଙ୍କର ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେହିପରି ଉତ୍ତର ପ୍ରଦେଶରେ ବଜ୍ରପାତ ଯୋଗୁଁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ଷା କମ ହୋଇଥିବାରୁ ଆଗାମୀ ଦୁଇ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।