ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ୨୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫ରେ ପହଞ୍ଚିଛି।

ତେବେ କରୋନାରୁ ସୁସ୍ଥ ହୋଇଥିବା ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪୫୭, କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୁଳରୁ ୧୮୨, କେନ୍ଦ୍ରାପଡ଼ାରୁ ୧୫୦, ନୂଆପଡ଼ାରୁ ୧୪୨, ସୁନ୍ଦରଗଡ଼ରୁ ୧୦୬ ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୯୪, ଯାଜପୁରରୁ ୯୧, କଳାହାଣ୍ଡିରୁ ୭୮, ବଲାଙ୍ଗିରରୁ ୭୪, ବରଗଡ଼ରୁ ୭୩, କେନ୍ଦୁଝରରୁ ୭୨, ସମ୍ବଲପୁରରୁ ୭୨, ମୟୂରଭଞ୍ଜରୁ ୬୮, ମାଲକାନଗିରିରୁ ୬୭, ଜଗତସିଂହପୁରରୁ ୬୫, ନବରଙ୍ଗପୁରରୁ ୬୨, ସୋନପୁରରୁ ୫୯, ଝାରସୁଗୁଡ଼ାରୁ ୫୬, ନୟାଗଡ଼ରୁ ୫୫, ରାୟଗଡ଼ାରୁ ୫୪, କୋରାପୁଟରୁ ୫୧, କନ୍ଧମାଳରୁ ୪୩, ଭଦ୍ରକରୁ ୩୩, ଗଞ୍ଜାମରୁ ୩୧, ଢ଼େଙ୍କାନାଳରୁ ୨୭, ବୌଦ୍ଧରୁ ୨୧ ଏବଂ ଦେବଗଡ଼ରୁ ୧୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଷ୍ଟେଟପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।