ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୨,୭୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୦୮ଜଣ ଓ ସ୍ଥାନୀୟ ସଂକ୍ରମଣ ୧୦୪୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୨୩୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୨୩, କଟକରୁ ୨୪୭, ଯାଜପୁରରୁ ୨୧୭, ଗଞ୍ଜାମରୁ ୨୧୨, ରାୟଗଡ଼ାରୁ ୧୭୭, କୋରାପୁଟରୁ ୧୭୪, ମୟୁରଭଞ୍ଜରୁ ୧୩୭ ଓ ବାଲେଶ୍ୱର ଜିଲ୍ଲାରୁ ୧୨୯ଜଣ ରହିଛନ୍ତି।
ଅନ୍ୟପଟେ କରୋନାରେ ୯ଜଣ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର, କଟକ, ଗଜପତି ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୪୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ୨୧ ହଜାର ୯୫୮ଟି କରୋନା ଟେଷ୍ଟ ହୋଇଥିବାବେଳେ ୮୪ ହଜାର ୨୩୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୫୬ ହଜାର ୯୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୬ ହଜାର ୮୨୬ ଜଣ ଚିକିତ୍ସିତ ହେଉଛନ୍ତିି।