ରାଜଧାନୀରେ ୨୭ କରୋନା ପଜିଟିଭ ଚିହ୍ନଟ : ୪୧ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୨୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦ଜଣ ଓ ସ୍ଥାନୀୟ ସଂକ୍ରମଣ ୧୭ଜଣ ରହିଛନ୍ତି। ଅନ୍ୟପଟେ ୪୧ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିର ୨୭ ଜଣଙ୍କୁ ମିଶାଇ ୩୦ ହଜାର ୭୭୮କୁ ବୃଦ୍ଧି ହୋଇଥିବାବେଳେ ୩୦ ହଜାର ୧୨୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୧୯ଜଣଙ୍କର ମୃତ୍ୟୁ ଘଟିଛି ଓ ୪୧୬ ଜଣ ଚିକିତ୍ସିତ ହେଉଛନ୍ତି।