ଲରମ୍ଭା ପୁଲିସ ଦ୍ୱରା ୨୭ ଦାଦନ ଶ୍ରମିକ ଉଦ୍ଧାର, ଘଟଣାସ୍ଥଳରୁ ସର୍ଦ୍ଦାର ଫେରାର ଜିଲ୍ଲାରାଜ୍ୟ By Nitidin On Dec 25, 2019 Share ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ପୁଲିସର ପାଟ୍ରୋଲିଂ ସମୟରେ ଜୁରିଆ ଗ୍ରାମରେ ବିଳମ୍ବିତ ରାତ୍ରରେ କିଛି ଦାଦନ ଶ୍ରମିକ ଅନ୍ୟ ଜିଲ୍ଲା ଆସ୍କା ଅଞ୍ଚଳକୁ ଇଟା ଗଢିବାକୁ ଯାଉଥିବା ଖବରପାଇ୨୭ ଜଣ ଶ୍ରମିକକୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଦାଦନ ସର୍ଦ୍ଦାର ଫେରାର ହୋଇଥିବାବେଳେ ଉଦ୍ଧାର ଶ୍ରମିକମାନଙ୍କୁ ଲରମ୍ଭା ଥାନାକୁ ନିଆଯାଇଛି। ଉଦ୍ଧାର ଶ୍ରମିକମାନେ ଖପରାଖୋଲ ବ୍ଲକ୍ ଅନକାମରା ଓ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ଦୁମେରପାଳି ଗ୍ରାମର ବୋଲି ଜଣାଯାଇଛି। ଶ୍ରମିକଙ୍କ ମଧ୍ୟରେ ୧୨ଜଣ ପୁରୁଷ ୧୦ଜଣ ମହିଳା ଓ ୫ଜଣ ଛୋଟ ପିଲା ରହିଛନ୍ତି। ସୂଚନାଯୋଗ୍ୟ ଯେ ଖପରାଖୋଲ ଥାନା ଅନ୍ତର୍ଗତ ଦୁଡୁକି ପଦର ଗ୍ରାମର ସର୍ଦ୍ଦାର ଅଙ୍ଗଦ ସିଂ କୁମ୍ଭାର ଉକ୍ତ ଶ୍ରମିକମାନଙ୍କୁ ୨୫ ହଜାର ଟଙ୍କାରୁ ୧ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅଗ୍ରୀମ ଦେଇ ଶ୍ରମିକ ଚାଲାଣ କରୁଥଲା ଏହି ସମୟରେ ଲରମ୍ଭା ପୋଲିସ ପହଞ୍ଚି ଶ୍ରମିକମାନଙ୍କୁ ଧରି ଏ ସମ୍ପର୍କରେ ବେଳପଡ଼ା ଠାରେ ଥିବା ଶ୍ରମ ବିଭାଗ ଅଧିକାରୀଙ୍କୁ ଖବରଦେବା ପରେ ବେଳପଡ଼ା ଗ୍ରାମଣୀ ଶ୍ରମନିରୀକ୍ଷାକ ଦିବ୍ୟଶଙ୍କର ଧରୁଆ ଲରମ୍ଭା ଥାନାକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ଲରମ୍ଭା ପୁଲିସ ଫେରାର ଥିବା ଅଙ୍ଗଦଙ୍କ ବିରୋଧରେ ଏକ ମକଦ୍ଦମା କରି ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇଦେଇଛନ୍ତି। Share