୨୪୬ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ପଟ୍ଟାଙ୍ଗି,ଏନ୍ଏନ୍ଏସ୍: ସେମିଲିଗୁଡ଼ା ପୁଲିସ୍ ବଡ଼େଗାଁ ଛକ ନିକଟରେ ଏକ ଟ୍ରକକୁ ଯାଞ୍ଚ କରିବା ବେଳେ ବେଆଇନ୍ ଭାବେ ଚୋରାଚାଲାଣ କରାଯାଉଥିବା ୨୪୬ କିଲୋ ୮ଶହ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ପୁଲିସ ୩ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହରିୟାନା ରାଜ୍ୟ ପାନୀପଥର ବିକ୍ରମ୍ ସିଂହ, ଗୋହାନାର ସୋନୁ ନିନାନିଆ ଓ ଜିନ୍ଦ ଜିଲ୍ଲାର ରବି ପ୍ରକାଶ।

ନନ୍ଦପୁର ଦେଇ ଆନ୍ଧ୍ରରୁ ଏକ ୧୨ଚକିଆ ଟ୍ରକ୍(ପିବି-୧୩ବିଡି ୫୭୫୩)ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସେମିଲିଗୁଡ଼ା ପୁଲିସ ଖବରପାଇ ବଡ଼େଗାଁ ଛକରେ ଜଗି ରହିଥିଲା। ଟ୍ରକ୍ ଆସିବା ପରେ ତା’କୁ ଅଟକାଇ ଯାଞ୍ଚ କରି ସେଥିରୁ ଗଞ୍ଜେଇ ଜବତ କରାଯିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ମୋବାଇଲ ଫୋନ୍ ଓ ୨ଟି ଟାର୍ପୋଲିନ ସହ ଚୋରା ଗଞ୍ଜେଇ ଚାଲାଣରେ ବ୍ୟବହୃତ ଟ୍ରକକୁ ଜବତ ହୋଇଛି।