ରାଜ୍ୟରେ ପୁଣି ନୂଆ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ପୁଣି ୨୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୬୧୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ନୂଆ ୨୬୪ ଆକ୍ରାନ୍ତଙ୍କ ମଧ୍ୟରେ ୨୩୪ ଜଣ ସଂଗରୋଧ କେନ୍ଦ୍ରର ଓ ୩୦ ଜଣ ସ୍ଥାନୀୟ ଅଞ୍ଚଳର। ସେହିପରି ଆଜି ରାଜ୍ୟରେ ସର୍ବାଧିକ ୨୩ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଗଞ୍ଜାମରୁ ସର୍ବାଧିକ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଯାଜପୁରରୁ ୪୧ ଜଣ, କେନ୍ଦୁଝରରୁ ୨୫ ଜଣ, ବରଗଡ଼ ଓ ଝାରସୁଗୁଡ଼ାରୁ ୧୮ ଜଣ ଲେଖାଏଁ, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୫ ଜଣ ଲେଖାଏଁ, ବାଲେଶ୍ୱର ଓ କଟକରୁ ୧୨ ଜଣ ଲେଖାଏଁ, ପୁରୀରୁ ୭ ଜଣ, ସୁନ୍ଦରଗଡ଼, ଅନୁଗୁଳ ଓ ଜଗତସିଂହପୁରରୁ ୪ ଜଣ ଲେଖାଏଁ, ବଲାଙ୍ଗିର, ନୟାଗଡ଼ ଓ ମାଲକାନଗିରିରୁ ୨ ଜଣ ଲେଖାଏଁ, ସମ୍ବଲପୁରୁ, ଗଜପତି, ନୂଆପଡ଼ା, କନ୍ଧମାଳ, ଭଦ୍ରକ, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ ୪ ହଜାର ୬୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ହଜାରେ ୯୮୦ ଜଣ ସକ୍ରିୟ ହୋଇ ରାଜ୍ୟ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।