ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୬୨୨ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୫୨ ହଜାର ୧୯୭ରେ ପହଞ୍ଚିଛି।

ତେବେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୩୧ଜଣ ରହିଛନ୍ତି। ସେହିପରି ଅନୁଗୁଳରୁ ୨୧୬, କଟକରୁ ୧୯୭, ମୟୂରଭଞ୍ଜରୁ ୧୩୧, ସୁନ୍ଦରଗଡ଼ରୁ ୧୨୫, କଳାହାଣ୍ଡିରୁ ୧୧୮, ବଲାଙ୍ଗିରରୁ ୧୧୪, ବାଲେଶ୍ୱରରୁ ୯୯, ନୂଆପଡ଼ାରୁ ୯୯, ଯାଜପୁରରୁ ୯୩, ବରଗଡ଼ରୁ ୯୧, ଝାରସୁଗୁଡ଼ାରୁ ୮୯, ସମ୍ବଲପୁରରୁ ୮୫, କେନ୍ଦ୍ରାପଡ଼ାରୁ ୭୦, ପୁରୀରୁ ୬୫, ସୋନପୁରରୁ ୬୦, ଜଗତସିଂହପୁରରୁ ୫୯, କୋରାପୁଟରୁ ୫୫, ନବରଙ୍ଗପୁରରୁ ୫୨, ଭଦ୍ରକରୁ ୪୬, ନୟାଗଡ଼ରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୫, ବୌଦ୍ଧରୁ ୩୨, କେନ୍ଦୁଝରରୁ ୩୨, ଢ଼େଙ୍କାନାଳରୁ ୨୫, ମାଲକାନଗିରିରୁ ୨୪, ଦେବଗଡ଼ରୁ ୧୪ ଏବଂ ରାୟଗଡ଼ାରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୭୯ ଜଣ ସୁସ୍ଥ ହୋଇଛନ୍ତି।