ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୨୬୦୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩ ହଜାର ୫୩୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୫୬୧ ଓ ସ୍ଥାନୀୟ ସଂକ୍ରମଣ ୧୦୪୧ ଜଣ ରହିଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୧୬, କଟକରୁ ୨୩୬, ଗଞ୍ଜାମରୁ ୧୯୦, କେନ୍ଦ୍ରାପଡ଼ାରୁ ୧୨୮, ଖୋର୍ଦ୍ଧାରୁ ୧୨୭, ବାଲେଶ୍ୱର ଓ ଯାଜପୁରରୁ ୧୩୦ ଲେଖାଏଁ, ନୟାଗଡ଼ ୯୧ , କେଉଁଝର ଜିଲ୍ଲାରୁ ୮୬ ଜଣ ରହିଛନ୍ତି।
ଅନ୍ୟପଟେ ଆଜି କରୋନା ଯୋଗୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ କନ୍ଧମାଳ ଓ ଖୋର୍ଦ୍ଧାରୁ ସର୍ବାଧିକ ୩ ଲେଖାଏଁ, ଗଞ୍ଜାମ, ନୟାଗଡ଼, ସୁନ୍ଦରଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ବର୍ତ୍ତମାନ ସୁଦ୍ଧା ୧୭ଲକ୍ଷ ୮୯ ହଜାର ୪୩୩ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୩ ହଜାର ୫୩୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୭୩ ହଜାର ୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୪୯୨ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨୯ ହଜାର ୭୫୮ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।