ସ୍କୁଟି ଚାଳକଙ୍କୁ ୨୬ ହଜାର ଜୋରିମାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଡିସେମ୍ବର ପହିଲାରୁ ନୂତନ ମୋଟର ଯାନ ଆଇନ ପୁଣି ଥରେ ଲାଗୁ କରାଯାଇଥିବା ବେଳେ ଏନେଇ ପରିବହନ ବିଭାଗ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଟ୍ରାଫିକ ନିୟମର ଉଲ୍ଲଂଘନ ଅଭିଯୋଗରେ ଜଣେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜୋରିମାନା ହୋଇଛି।

ସୂଚନା ଅନୁସାରେ ଖଣ୍ଡଗିରି ଠାରେ ପରିବହନ ବିଭାଗ ପକ୍ଷରୁ ହେଲମେଟ ଚେକିଂ ହେଉଥିବାବେଳେ ଏକ ସ୍କୁଟିରେ ଦୁଇଜଣ ଯାଉଥିବା ବେଳେ ଜଣେ ହେଲମେଟ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା। ଟ୍ରାଫିକ ପୁଲିସ ସେମାନଙ୍କୁ ଅଟକାଇ ଗାଡ଼ି କାଗଜପତ୍ର ଓ ଲାଇସେନ୍ସ ମାଗିଥିଲେ। ସ୍କୁଟି ଚାଳକ ଜଣଙ୍କ ନାବାଳକ ବୋଲି ଜଣାପଡ଼ିଥିଲା। ସ୍କୁଟି ଚାଳକ ଜଣେ ନାବାଳକ ହୋଇଥିବାରୁ ୨୫ ହଜାର ଟଙ୍କା ଓ ତାଙ୍କ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବାରୁ ୧ ହଜାର ଟଙ୍କା ଚାଲାଣ କଟାଯାଇଛି।