ଗୁଣୁପୁର ବନବିଭାଗ ଦ୍ୱାରା ୨୬ ଖଣ୍ଡ ଶାଗୁଆନ କାଠ ଜବତ

ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ପେଣେକାମ ନିକଟରେ ଗୁଣୁପୁର ବନବିଭାଗ ଚଢ଼ଉ କରି ୨୬ ଖଣ୍ଡ ସାଇଜିଆ ଶାଗୁଆନ କାଠ ଜବତ କରିଛି। ବିଶ୍ୱସ୍ତ ସୁତ୍ରରୁ ଖବରପାଇ ଗୁଣୁପୁର ରେଞ୍ଜର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରିଥିଲା। ଏଥିସହ ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ୨ ବ୍ୟକ୍ତି ହେଲେ ପୁଟାସିଂ ଅଞ୍ଚଳର ଥୋମାସ ଶବର ଓ ଆବ୍ରାହମ ଶବର। ସେହିପରି (ଓଆର-୧୮ଜି-୫୯୯୦) ଏକ ପିକଅପ ଭ୍ୟାନକୁ ଜବତ କରାଯାଇଥିବା ସୂଚନା ମିଳିଛି। ସେମାନେ ପେଣେକାମର କୌଣସି ବ୍ୟକ୍ତିଙ୍କୁ ଏହି କାଠ ଯୋଗାଉଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ହଜାର ହେବବୋଲି ବନବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି।