ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଉ୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୬କୁ ବୃଦ୍ଧି ପାଇଥିବାବେଳେ ୩୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୨ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୬ ଜଣ ଚିକିତ୍ସାଧୀନ ଅଛନ୍ତି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳର ୧୪ ଜଣ ଓ ଚିତ୍ରକୋଣ୍ଡା ବ୍ଲକର ୧୨ ଜଣ ରହିଛନ୍ତି। ମାଲକାନଗିରି ପୌର ପରିଷଦର ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାବେଳେ ୪ଜଣ କ୍ଲିନିକରୁ ସଂକ୍ରମିତ ହୋଇଛନ୍ତି। ୨ଜଣ ଘରେ ଘରେ ସର୍ଭେ ସମୟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଚିତ୍ରକୋଣ୍ଡା ବ୍ଲକର ସମସ୍ତ ୧୨ ଜଣ ଆକ୍ରାନ୍ତ କୋଭିଡ ଯୋଦ୍ଧା ବୋଲି ସୂଚନା ମିଳିଛି।