ଆଜି ରାଜ୍ୟରୁ ଆଉ ୨୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତକ ହେଉଛି କରୋନା ଭୂତାଣୁ। ଆଜି ପୁଣି ରାଜ୍ୟରେ ୨୫୧ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୦୮ ଜଣ ସଂଗରୋଧ କେନ୍ଦ୍ରର ଓ ୪୩ ଜଣ ଲୋକାଲର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରେ ଜଣେ ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ୍ କର୍ମଚାରୀ ଅଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୧୦୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୨ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ନୟାଗଡ଼ରୁ ୧୪ ଜଣ, ବରଗଡ଼ ଓ ପୁରୀରୁ ୧୨ ଜଣ ଲେଖାଏଁ, ମାଲକାନଗିରିରୁ ୧୦ ଜଣ, ସୁନ୍ଦରଗଡ଼ରୁ ୭ ଜଣ, ଗଜପତିରୁ ୬ ଜଣ, ମୟୂରଭଞ୍ଜ ଓ ଝାରସୁଗୁଡାରୁ ୫ ଜଣ ଲେଖାଏଁ, କେନ୍ଦ୍ରାପଡା, ବଲାଙ୍ଗିର ଓ ଦେବଗଡ଼ରୁ ୪ ଜଣ ଲେଖାଏଁ, ବାଲେଶ୍ୱର ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ଅନୁଗୁଳ, ଯାଜପୁର ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୭ ହଜାର ୩୧୬ରେ ପହଞ୍ଚିଥିବାବେଳେ ୫ ହଜାର ୨୮୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨ ହଜାର ୯୪ଟି ସକ୍ରିୟ ମାମଲା ରହିଛି।