ରାଜନୀତିରେ ନବୀନଙ୍କ ୨୫ ବର୍ଷ ପୂରଣ, ଶୁଭେଚ୍ଛା ଜଣାଇଲେ କାର୍ଯ୍ୟକର୍ତ୍ତା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ନବୀନ ପଟ୍ଟନାୟକ। କେବଳ ରାଜ୍ୟ କାହିଁକି ଦେଶର ସର୍ବକାଳୀନ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ବର୍ଗରେ ସେ ସାମିଲ। ବିଚକ୍ଷଣ ନେତୃତ୍ବ, ବିକାଶଶୀଳ ଚିନ୍ତାଧାରା ତାଙ୍କୁ ଅନ୍ୟ ନେତାଙ୍କ ମଧ୍ୟରେ ଅଲଗା କରେ। ଆଜି ସେହି ନେତା ତାଙ୍କ ରାଜନୈତିକ ଜୀବନର ୨୫ ବର୍ଷ ପୁରା କରିଛନ୍ତି।

ରାଜନୀତିରେ ନବୀନ ଥିବା ନବୀନ ଏବେ ପୋଖତ। ପିତା ତଥା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ ନବୀନ। ୧୯୯୭ ଜୁନ ୧ରେ ଆସ୍କା ଲୋକସଭାରୁ ବିଜୟୀ ହୋଇ ସାଂସଦ ହୋଇଥିଲେ ନବୀନ। ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ନବୀନ। ଏହା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି। ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ବି ଛାତ୍ର ଓ ଯୁବାବସ୍ଥାରେ ତାଙ୍କର ରାଜନୀତିରେ ବିଶେଷ ରୁଚି ନଥିବା ପରିଲକ୍ଷିତ ହୋଇଥିଲା।

ହେଲେ ରାଜନୀତିକୁ ପ୍ରବେଶ କରବାଠୁ ନବୀନଙ୍କ ଠାରୁ କ୍ଷମତା ଦୁରେଇ ପାରିନାହିଁ। ଓଡିଶା ରାଜନୀତିରେ ନବୀନ ୨୫ ବର୍ଷ ପୁରା କରିଛନ୍ତି। ଲୋକଙ୍କ ସେବାରେ ୨୫ ବର୍ଷ ଧରି ଥିବାରୁ ରାଜ୍ୟବାସୀ ତାଙ୍କ ଉପରେ ଆଶୀର୍ବାଦ ଢାଳି ଚାଲିଛନ୍ତି। ନବୀନ ଏ ପରି ଏକ ନେତା ଯିଏ ରାଜନୀତିରେ ପାଦ ଥାପିବା ପରେ କେବେ ଦେଖିନାହାନ୍ତି ପରାଜୟ। ୨୫ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଥମଥର ସାଂସଦ ହୋଇଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ପାଳିର ତୃତୀୟ ବର୍ଷ ପୁରା କରିଛନ୍ତି। କହିବାକୁ ଗଲେ ବର୍ତ୍ତମାନ ସେ ରାଜ୍ୟରେ ଏକମାତ୍ର ଅପ୍ରତିଦ୍ବନ୍ଦି ଅପରାଜେୟ ନେତା।

ଗତ ୨୫ ବର୍ଷ ମଧ୍ୟରେ ରାଜନୀତିରେ ନା ତାଙ୍କୁ କେହି ଚ୍ୟାଲେଞ୍ଜ କରିପାରୁଛନ୍ତି। ନା ତାଙ୍କ ନିକଟତର ହୋଇପାରୁଛନ୍ତି। ସଦା ଶାନ୍ତ ସ୍ଵଭାବର ନବୀନ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଆସିକାରୁ ଉପନିର୍ବାଚନରେ ଜିତିଥିଲେ। ୨ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡିଶାର ଶାସନ ଭାର ସମ୍ଭାଳିଥିଲେ।