୨୫ ପ୍ରତିଶତ କରୋନା ରୋଗୀଙ୍କଠାରେ ଆଣ୍ଟିବଡ଼ି ଡେଭଲପ ହୋଇଛି: ମୁଖ୍ୟ ଶାସନ ସଚିବ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲାର ୨୫ ପ୍ରତିଶତ କରୋନା ରୋଗୀଙ୍କଠାରେ ଆଣ୍ଟିବଡ଼ି ଡେଭଲପ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଇସିଏମଆର ପକ୍ଷରୁ ହୋଇଥିବା ସେରୋ ସର୍ଭେରୁ ଏହା ଜଣାପଡ଼ିଛି। ଗତ ୩୧ରୁ ୫ ତାରିଖ ମଧ୍ୟରେ ରାଉରକେଲାରେ ସେରୋ ସର୍ଭେ ହୋଇଥିଲା। ଯେଉଁଥିରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ତେବେ ଆଣ୍ଟିବଡ଼ି ଡେଭଲପ କରିବା କରୋନା ପ୍ରତିଶେଧକରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଇସିୟୁ ବେଡ ଖାଲି ରହିଛି। ଝାରସୁଗୁଡ଼ା ଓ ସମ୍ବଲପୁରର କରୋନା ରୋଗୀ ରାଉରକେଲାରେ ଚିକିତ୍ସିତ ହୋଇପାରିବେ। ସୁନ୍ଦରଗଡ଼ରେ କରୋନାରେ ମୃତ୍ୟୁ ହାର କମୁଛି। ସ୍ୱାସ୍ଥ୍ୟ ସଚିବ ଓ ଡିଏମଇଟିଙ୍କ ସହ ଯାଇ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ହାଇଟେକ କୋଭିଡ ହସ୍ପିଟାଲ, ଜେପି ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ହସ୍ପିଟାଲ ପରିଦର୍ଶନ କରିବା ସହ କରୋନା ସଂକ୍ରମଣ ରୋକିବା ଆକ୍ରାନ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସେ ଗୁରୁତ୍ୱ ଦେଇଛନ୍ତି।