ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୭୦ ବର୍ଷୀୟ ଜଣେ ବୃଦ୍ଧ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୧୫କୁ ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ୯ ଜଣ, ମାଥିଲି, କୋରୁକୋଣ୍ଡା ଓ ଖଇରପୁଟ ବ୍ଲକରୁ ୨ ଜଣ ଲେଖାଏଁ, ମାଲକାନଗିରି ବ୍ଲକରୁ ୪ଜଣ, ଚିତ୍ରକୋଣ୍ଡା ବ୍ଲକରୁ ୫ଜଣ ଓ କାଲିମେଳା ବ୍ଲକରୁ ଜଣେ ରହିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତର୍ମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୧୫ ହୋଇଥିବାବେଳେ ୮ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୧୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩୩୯ ଜଣ ଚିକିତ୍ସିତ ହେଉଛନ୍ତି।