୨୫ଲକ୍ଷ ଲଟେରି ଜାଲରେ ଚାଷୀ

ଜୟପୁର,ଏନ୍ଏନ୍ଏସ୍:୨୫ ଲକ୍ଷ ଟଙ୍କା ଲଟେରି ଉଠିଛି କହି ଚାଷୀଙ୍କୁ ଲୁଟିଥିବା ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ କୋରାପୁଟ ମାଳିଗୁଡ଼ାର ଭୀମସେନ ଗୌଡ଼ଙ୍କୁ ଗତ ଅଗଷ୍ଟ ୩୧ତାରିଖରେ୫ଲକ୍ଷ ଟଙ୍କା ଲଟେରି ଜିତିଥିବା ନେଇ ଏକ କଲ ଆସିଥିଲା। ଏହି ୨୫ଲକ୍ଷ ଟଙ୍କା ପାଇବା ପାଇଁ ଟ୍ୟାକ୍ସ, ମନିଅର୍ଡର ଓଡ଼ିଶା ଟ୍ୟାକ୍ସ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦସ୍ତଖତ ପାଇଁ ପ୍ରଥମେ ୧୨ହଜାର, ୨୨ ହଜାର, ୨୦ହଜାର ଏମିତି କରି ୩ଲକ୍ଷ ୧୫ହଜାର ଟଙ୍କା ଭୀମସେନ ବ୍ୟାଙ୍କ ମାଧ୍ୟମରେ ଡିପୋଜିଟ କରି ଚାଲିଥିଲେ। ସେହିପରି ବର୍ତ୍ତମାନ ଭୀମସେନଙ୍କୁ ପୁଣି କଲ କରି  ୭୦ ହଜାର ଟଙ୍କା ଡିପୋଜିଟ କରିବାକୁ କହିଛନ୍ତି। ଯଦି ଏହି ଟଙ୍କା ଜମା ନକର ତାହେଲେ ୨୫ଲକ୍ଷ ବୁଡ଼ିଯିବ ବୋଲି ଫୋନ୍‌ରେସୂଚନା ଦେଇଛନ୍ତି। ଏ ନେଇ ଭୀମସେନ ମର୍ମାହତ ହୋଇଥିବା ବେଳେ ସ୍ତ୍ରୀଙ୍କର ସୁନା ବିକ୍ରିକରି ଏବଂ ଧାର କରଜ କରି ଭୀମସେନ ୩ଲକ୍ଷ ଟଙ୍କା ଉକ୍ତ ବ୍ୟକ୍ତିଙ୍କୁ ପୈଠ କରିଥିବା କହିଛନ୍ତି। ତେବେ ଉକ୍ତ ବ୍ୟକ୍ତି ଜଣକ ନିଜକୁ ରାଣାପ୍ରତାପ ସିଂ, ମୁମ୍ବାଇର ବ୍ୟାଙ୍କ ଶାଖାପରିଚାଳକ ବୋଲି ପରିଚୟ ଦେଇଥିଲା। ଭୀମସେନ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣାଯାଇଛି।