ଶୁକ୍ରବାରଠୁ ୧୫ ଦିନ ପାଇଁ ବନ୍ଦ ରହିବ ରାସ୍ତାକଡ଼ ଦୋକାନ, ଦୋକାନୀଙ୍କୁ ମିଳିବ ୨୫ ଶହ ଟଙ୍କା କ୍ଷତିପୁରଣ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା ଶୁକ୍ରବାରଠୁ ୧୫ ଦିନ ପାଇଁ ରାସ୍ତକଡ଼ରେ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ରୋକ ଲଗାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଅଧ୍ୟାଦେଶ ଜାରି କରାଯାଇ ଆସନ୍ତାକାଲିଠାରୁ ରାସ୍ତା କଡ଼ରେ ଥିବା ସମସ୍ତ ଖାଇବା ଷ୍ଟଲ ଯଥା:- ଫାଷ୍ଟଫୁଡ, ଗୁପଚୁପ, ବେକରୀ ତଥା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦୋକାନ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ପାଳନ କରି ଦୋକାନ ବନ୍ଦ ରଖି କ୍ଷତି ସହିଥିବା ଦୋକାନୀଙ୍କୁ ୧୫ ଦିନ ପରେ ସିଏସଆର ଫଣ୍ଡରୁ ୨୫ ଶହ ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ଅନ୍ୟପଟେ ଏହି ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।