ତାମିଲ ଚ୍ୟାନେଲର୨୫ କର୍ମଚାରୀ କରୋନା ପଜେଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ଭୟ ବଢ଼ି ଚାଲିଥିବାବେଳେ ଲଗାତାର ଭାବେ ଏଥିରେ ଲଢ଼ୁଥିବା ଯୋଦ୍ଧା ଆକ୍ରାନ୍ତ ହେବା ଘଟଣା ସାମ୍ନାକୁ ଆସୁଛି। ମୁମ୍ବାଇ ପରେ ଏବେ ଚେନ୍ନାଇର ଏକ ନ୍ୟୁଜ ଚ୍ୟାନେଲର ୨୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଏହି ନ୍ୟୁଜ ଚ୍ୟାନେଲର ପାଖାପାଖି ୯୪ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। କରୋନା ପଜେଟିଭ୍ ବାହାରିବା ପରେ ଚ୍ୟାନେଲକୁ ତା’ର ଲାଇଭ ଶୋ ରଦ୍ଦ କରିବାକୁ ପଡ଼ିଥିଲା। ଏଥି ସହିତ ଅନ୍ୟ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଇ ଦିଆଯାଇଛି।