ଭୁବନେଶ୍ୱରରୁ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ପୁଣି ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ସେହିପରି ଭୁବନେଶ୍ୱରରେ ଆଜି ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ସଂଗରୋଧରୁ ଚିହ୍ନଟ ହୋଇଥିବା ୧୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୟୁନିଟ୍‌-୬ ଓ ଭୋଇନଗର ସୁକ ବିହାରରୁ ୧୧ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବମିଖାଲରୁ ୮ ଜଣ, ରିଜର୍ଭ ପୁଲିସ କଲୋନୀ ଓ ନୟାପଲ୍ଲୀର ଏକ ହଷ୍ଟେଲରୁ ୬ ଜଣ ଜଣ ଲେଖାଏଁ, ଆଚାର୍ଯ୍ୟ ବିହାର ବିଜ୍ଞାନ ଉଦ୍ୟାନରୁ ୫ ଜଣ, ଆଇଆରସି ଭିଲେଜ ଏନ୍‌-୬, ବୁଦ୍ଧେଶ୍ୱରୀ କଲୋନୀ, ଭୁବନେଶ୍ୱରୀ କଲୋନୀ ଓ ଡୁମଡୁମା ଫେଜ-୨ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍‌ପିଟାଲରୁ ମଧ୍ୟ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମଣ ଭାବେ ୯୯ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେଥିରୁ ପୋଖରିପୁଟ ଇନ୍ଦ୍ରପ୍ରସ୍ଥ କଲୋନୀରୁ ୪ ଜଣ, ରିଜର୍ଭ ପୁଲିସ କଲୋନୀରୁ ୩ ଜଣ, ନିଳାଦ୍ରୀ ବିହାର, ଭରତପୁର, ସାଲିଆସାହି, ଝାରପଡ଼ା, ପଣ୍ଡା ପାର୍କ, ଚକେଇସିଆଣି, ଟଙ୍କପାଣି ରୋଡ଼, କାରଗିଲ ବସ୍ତି, ପ୍ରଶାନ୍ତି ବିହାର ଓ ୟୁନିଟ-୩ରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ଏଥିସହିତ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୮୪୨ରେ ପହଞ୍ଚିଛି। ସେଥିରୁ ୩,୧୧୮ ଜଣଙ୍କ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧,୬୯୫ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୨୩ ଜଣଙ୍କ ମୃତ୍ୟୁ ହୋଇଛି।