ରାଜଧାନୀରେ କମୁଛି ସଂକ୍ରମଣ: ୨୪୬ ଆକ୍ରାନ୍ତ ଓ ୫୫୧ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୨୪୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ଜଣ ଓ ସ୍ଥାନୀୟ ସଂକ୍ରମଣ ୨୧୧ଜଣ ରହିଛନ୍ତି। ଅନ୍ୟପଟେ ୫୫୧ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ହଜାର ୯୩୫ ହୋଇଥିବାବେଳେ ୮୪ହଜାର ୯୬୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪୦୭ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୪୪ଜଣ ଚିକିତ୍ସିତ ହେଉଛନ୍ତି।