ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୫ ହଜାର ୧୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା ୨୪୩ ଜଣଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୯, ଗଞ୍ଜାମରୁ ୪୧, ଖୋର୍ଦ୍ଧାରୁ ୩୮, କନ୍ଧମାଳରୁ ୧୭, ଝାରସୁଗୁଡ଼ାରୁ ୧୫, ସୁନ୍ଦରଗଡ଼ରୁ ୧୦, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଲେଖାଏଁ ରହିଛନ୍ତି। ସେହିପରି କୋରାପୁଟରୁ ୭, ବରଗଡ଼ ଓ ମୟୁରଭଞ୍ଜରୁ ୬ ,ଜଗତସିଂହପୁରରୁ ୫, କଟକ, ମାଲକାନଗିରି ଓ ନବରଙ୍ଗପୁରରୁ ୪ ଲେଖାଏଁ, ବାଲେଶ୍ୱରରୁ ୨ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାଯୋଗ୍ୟ,ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୬୫ ହୋଇଥିବାବେଳେ ୫,୧୮୯ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୮୫୧ ଜଣ ରାଜ୍ୟର ବିିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।