ରାୟଗଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ୨୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ରାୟଗଡ଼ା ସହରରୁ ୧୨, ଗ୍ରାମାଞ୍ଚଳରୁ ୩, ଗୁଣପୁର ପୌରାଞ୍ଚଳରୁ ୮ ଓ ରାମନାଗୁଡ଼ାରୁ ଜଣେ ରହିଛନ୍ତି। ଏଥିସହିତ ୭ଜଣ କରୋନା ଯୋଦ୍ଧା ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୬ଜଣ ପୁଲିସ କର୍ମଚାରୀ ଓ ଜଣେ ସ୍ୱାସ୍ଥ୍ୟକର୍ମୀ ସାମିଲ ଅଛନ୍ତି। ଅନ୍ୟପଟେ ଗତ ୩ଦିନ ଭିତରେ ୩୦ଜଣ ପୁଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିିଛି। ତେଣୁ ସରକାରଙ୍କ ତରଫରୁ ଜାରି କରାଯାଇଥିବା କୋଭିଡ-୧୯ ନିୟମକୁ କଡ଼ାକଡ଼ି ଭାବେ ମାନିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୮ରେ ପହଞ୍ଚିଥିବାବେଳେ ୩୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୪ଜଣଙ୍କର ମୃତ୍ୟୁ ଘଟିଛି ଓ ୨୮୬ ଜଣ ଚିକିତ୍ସିତ ହେଉଛନ୍ତି।