ଭୁବନେଶ୍ୱର,ଏନ୍ଏନ୍ଏସ୍: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ସୃଷ୍ଟି ହୋଇଥିବା ଲଘୁଚାପ ୯ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହେବା ଆଶା କରାଯାଉଛି। ବାତ୍ୟା ସ୍ଥିତି ଉତ୍ପନ୍ନ ହେଲେ ଏହାର ମୁକାବିଲା କରିବା ଲାଗି, ଟିପିସିଓଡିଏଲ୍ର ପକ୍ଷରୁ ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍ପି) ପ୍ରସ୍ତୁତ କରାଯାଇଛି। ଏହି ଡିସ୍କମ୍ ପକ୍ଷରୁ ବିଦ୍ୟୁତ୍ ବିଭ୍ରାଟକୁ ସୁଧାରିବା ପର୍ଯ୍ୟାପ୍ତ ପରିମାଣର ଆବଶ୍ୟକୀୟ ଉପକରଣ ବ୍ୟବସ୍ଥା କରାଯାଇଛି ଏବଂ ବାତ୍ୟା ପରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଲାଗି ସମ୍ଭାବ୍ୟ ପ୍ରଭାବିତ ସ୍ଥାନକୁ ସେଗୁଡ଼ିକୁ ପଠାଯାଇଛି। ତୀବ୍ରତା ଆଧାରରେ ବିପର୍ଯ୍ୟୟର ବର୍ଗୀକରଣ ସହିତ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା, ବିପର୍ଯ୍ୟୟ ଆଲର୍ଟ ଗ୍ରହଣ କରିବା, ସେଗୁଡ଼ିକୁ ତଦାରଖ କରିବା ସହିତ ବିପର୍ଯ୍ୟୟ ପରିଚାଳନା ଲାଗି ଏକ ବ୍ୟବସ୍ଥିତ ବ୍ୟବସ୍ଥା ରହିଛି।
ଯେକୌଣସି ପ୍ରକାର ଆପାତକାଳୀନ ସ୍ଥିତିର ମୁକାବିଲା ଏବଂ ବିଦ୍ୟୁତ୍ ଯୋଗାଣ ପାଇଁ ଗ୍ରାହକ ମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଟିପିସିଓଡିଏଲ୍ ସର୍ବଦା ପ୍ରସ୍ତୁତ ରହିଛି। ଲାଇସେନ୍ସ ପ୍ରାପ୍ତ ଅଂଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍ସର୍ଗୀକୃତ ଦ୍ରୁତ ପ୍ରଶମନ ଟିମ୍ ମୂତୟନ କରାଯାଇଛି। ଯେ କୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଗ୍ରାହକମାନେ ୨୪ ଘଣ୍ଟିଆ କଲ୍ ସେଂଟରର ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨ରେ କଲ୍ କରିପାରିବେ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍ କିମ୍ବା ୱେବ୍ସାଇଟ୍ରେ ପଞ୍ଜୀକରଣ କରିପାରିବେ।