୨୪ଘଣ୍ଟା ପରେ ବି ମିଳିପାରିନି ୫ନିଖୋଜ ନାବାଳକଙ୍କ ସନ୍ଧାନ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍: ଗୁରୁଣ୍ଡି ଥାନା ପୁଲିସ ଏ ନେଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ବିଭିନ୍ନ ଠିକଣାରେ ପୁଲିସ ଛାନ୍‌ଭିନ୍‌ କରୁଛି। ଗତକାଲି ସକାଳୁ ସ୍କୁଲ ଯିବା ପରେ ଘରକୁ ଫେରିନଥିଲେ। ସେମାନେ ପାରଳାଖେମୁଣ୍ଡିର ଗୁରାଣ୍ଡି ଥାନା ଜଙ୍ଗଲପାଡ଼ୁ ଗାଁର ହୋଇଥିବା ବେଳେ ଉଭୟ ୫ଜଣ ୧୦ମ ଶ୍ରେଣୀର ଛାତ୍ର। ତେବେ ସେମାନେ ଭିନ୍ନ ଭିନ୍ନ ସ୍କୁଲରେ ପାଠପଢ଼ୁଥିଲେ। ସେମାନେ ହେଲେ କାହ୍ନା ନାୟକ, ବିକ୍ରମ ଜେନା, ଚିନ୍ମୟ ଜେନା, ଶୁଭମ୍ ଜେନା, ଡମ୍ବରୁ ନାୟକ ବୋଲି ଜଣାଯାଇଛି।

ଏକା ସାଙ୍ଗରେ ୫ଜଣ କିପରି ନିଖୋଜ ହେଲେ ସେ ନେଇ ଅଭିଭାବକଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ ସେମାନେ ସ୍କୁଲକୁ  ଆସିନଥିବା ଜଣାପଡ଼ିଥିଲା। ଏ ନେଇ ପରିବାର ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଯିବାରୁ ସେମାନେ ଥାନାରେ ଅଭିଯୋଗ କରିଥିଲେ। ପିଲାମାନଙ୍କ ଗାଏବ୍‌ ହେବାର ଘଟଣାକୁ ୨୪ଘଣ୍ଟା ବିତିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛି।