ବିଜେଡି ଏକ ଦଳ ନୁହେଁ, ଏକ ଆନ୍ଦୋଳନ: ନବୀନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାଢ଼େ ୪ କୋଟି ଓଡ଼ିଆ ମୋର ପରିବାର। ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ। ବିଜେଡି ଏକ ଦଳ ନୁହେଁ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ୨୩ ତମ ବିଜେଡିର ପ୍ରତିଷ୍ଠା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ବିଜେଡି ମୋ ଉପରେ ନିର୍ଭରଶୀଳ ନୁହେଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ବିଜେଡି କାମ କରୁଛି। ଭୋଟ କ୍ଷମତା ପାଇଁ ନୁହେଁ, ପରିବାରର ସେବା ପାଇଁ ମିଳିଛି। ସେବା ଦ୍ୱାରା ଜିତିବା ଆମର ଲକ୍ଷ୍ୟ। ନିର୍ବାଚନରେ ଜିତିବା ପାଇଁ ଆମେ କାମ କରୁନାହୁଁ। ଓଡ଼ିଶାବାସୀ ଆମ ଉପରେ ନ୍ୟସ୍ତ କରିଥିବା ଦାୟିତ୍ୱକୁ ଆମେ ନମ୍ରତାର ସହ ପାଳନ କରିଥାଉ। ମୋ ବିନା ବି ଦଳ ଚାଲିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।