ଦେଶରେ ଆଉ ୨୩,୯୫୦ ନୂଆ କରୋନା କେସ୍, ୩୩୩ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉନାହିଁ। ଏଥିସହିତ କରୋନାରେ ଲୋକଙ୍କ ମୃତ୍ୟୁ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଏହି ମଧ୍ୟରେ ପୁଣି ଗତ ୨୪ ଘଣ୍ଟାରେ ଦେଶରେ ୨୩ ହଜାର ୯୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧ କୋଟି ୯୯ ହଜାର ୬୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ସଂକ୍ରମିତ ଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ରହିଛି। ୨୬ ହଜାର ୮୯୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନାରେ ସୁସ୍ଥଙ୍କ ସଂଖ୍ୟା ୯୬ ଲକ୍ଷ ୬୩ ହଜାର ୩୮୨ରେ ପହଞ୍ଚିଛି।

ଏହି ମଧ୍ୟରେ ଦେଶରେ ପୁଣି ୩୩୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୪୪୪କୁ ବୃଦ୍ଧି ପାଇଛି। ଏଥିସହିତ ଦେଶରେ ୨ ଲକ୍ଷ ୮୯ ହଜାର ୨୪୦ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।