ଭୁବନେଶ୍ୱରରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୩୮ ଲୋକାଲ୍‌ କେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନ୍‌ରୁ ୮୩ ଓ ଲୋକାଲ କଣ୍ଟାକ୍ଟ କେସ ୨୩୮ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୩୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛି। ଏଥିସହିତ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୫ ହଜାର ୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୧ ହଜାର ୫୪୫ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୪୯୪ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୧୪ ଜଣଙ୍କର ମୃତ୍ୟୁ ହୋଇଛି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ବରମୁଣ୍ଡା, ପୁରୁଣା ଭୁବନେଶ୍ୱର ଓ ଆଇଗଣିଆରୁ ଆଜି ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶ୍ରୀ ବିହାର, ଭିଏସଏସ ନଗର, ନୟାପଲ୍ଲୀ, ବମିଖାଲରୁ ୪-୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ପଟିଆ, ରସୁଲଗଡ଼ରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେେଳେ ପୁରୁଣା ଭୁବନେଶ୍ୱରରୁ ୧୨ ଜଣ, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଓ ନୟାପଲ୍ଲୀରୁ ୭ ଜଣ ଲେଖାଏଁ, ସୁନ୍ଦରପଦାରୁ ୬ ଜଣ, ଡୁମଡୁମା, ଲକ୍ଷ୍ମୀସାଗର, ୟୁନିଟ-୮ରୁ ୫ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।