ଏୟାର ଇଣ୍ଡିଆ ବିମାନରେ ସିଙ୍ଗାପୁରରୁ ଭାରତ ଫେରିଲେ ୨୩୫ ଜଣ

ନୂଆଦିଲ୍ଲୀ,ଏଜେନ୍ସି: ଏୟାର ଇଣ୍ଡିଆ ବିମାନ ଯୋଗେ ଆଜି ୨୩୫ ଭାରତୀୟ ସିଙ୍ଗାପୁରରୁ ଦିଲ୍ଲୀ ଆସି ପହଞ୍ଚିଛନ୍ତି। ବନ୍ଦେ ଭାରତ ମିଶନ ଅର୍ନ୍ତଭୁକ୍ତରେ ଆସିଥିବା ଏହି ପ୍ରବାସୀଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯିବ। ତେବେ ଆଜି ଦିଲ୍ଲୀରେ ପ୍ରଥମ ଫେଜରେ ଏହି ବିମାନ ଅବତରଣ କରିଛି। ଏ ନେଇ ଦିଲ୍ଲୀ ଏୟାରପୋର୍ଟ ଟ୍ୱିଟରରେ ସୂଚନା ଦିଆଯାଇଛି। ଏଥିରେ ଆସିଥିବା ପ୍ରବାସୀ ମାନେ ଅତ୍ୟନ୍ତ ଖୁସିଥିବା ଜଣାଇଛନ୍ତି। ଏହି ବିମାନରେ ଆସିଥିବା ପ୍ରବାସୀଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ବିହାର ଓ ଦିଲ୍ଲୀର ଲୋକେ ଥିବା ଜଣାପଡ଼ିଛି।

ସେହିପରି ଆଜି ପୂର୍ବାହ୍ନରେ ବାଂଲାଦେଶର ଢ଼ାକାରୁ ୧୬୭ ମେଡ଼ିକାଲ ଛାତ୍ରଛାତ୍ରୀ କାଶ୍ମୀରର ଶ୍ରୀନଗର ଏୟାରପୋର୍ଟରେ ପହଞ୍ଚିଥିଲେ। ସେହିପରି ଗତକାଲି ଆବୁଧାବିରୁ କୋଚି ୧୮୧ ପ୍ରବାସୀ ଓ ଦୁବାଇରୁ କୋଜିକୋଡି ୧୮୨ ପ୍ରବାସୀ ଆସିଥିଲେ। ସେହିପରି ସମୁଦ୍ର ମାର୍ଗରେ ଜାହାଜ ଦ୍ୱାର ପ୍ରବାସୀମାନେ ମଧ୍ୟ ଦେଶକୁ ଫେରିଛନ୍ତି। ତେବେ ଲକଡାଉନ ସମୟରେ ବାହାର ଦେଶରେ ଥିବା ଭାରତୀୟଙ୍କୁ ଫେରାଇବା ପାଇଁ ବନ୍ଦେ ଭାରତ ମିଶନ ଓ ସେତୁ ସମୁଦ୍ର ମିଶନ ମଧ୍ୟରେ ଏହା ଏକ ବିରାଟ ବ୍ୟାୟାମ।