ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୨୩୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୩୧୮ରେ ପହଞ୍ଚିଛି।

ତେବେ ଏହି ସୁସ୍ଥଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୩୦ ଜଣ, ଅନୁଗୁଳ ଓ ବଲାଙ୍ଗିରରୁ ୨୬ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୮ ଜଣ, ବରଗଡ଼ରୁ ୧୭ ଜଣ, କଟକରୁ ୧୫ ଜଣ, ସମ୍ବଲପୁରରୁ ୧୪ ଜଣ, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୧ ଜଣ, ବାଲେଶ୍ୱରରୁ ୧୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବର୍ତ୍ତମାନ ରାଜ୍ୟରେ ୧,୮୫୭ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧,୮୯୯ ଜଣଙ୍କ ମୃତ୍ୟୁ ହୋଇସାରିଛି। ତେବେ ଆଜି ରାଜ୍ୟରେ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୧୨୭ରେ ପହଞ୍ଚିଛି।