ମୁମ୍ବାଇ : ମହାରାଷ୍ଟ୍ରରେ ୨୩ ଜଣ ପୁଲିସ କର୍ମଚାରୀଙ୍କୁ କରୋନା ସଂକ୍ରମଣ କରିଥିବା ଜଣାପଡ଼ିଛି। ଜୁହୁ ଥାନାର ଜଣେ କନଷ୍ଟେବଲଙ୍କ ନମୁନା ପରୀକ୍ଷଣରୁ ପଜିଟିଭ ରିପୋର୍ଟ ବାହାରିବା ପରେପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଖର ପୁଲିସ ଷ୍ଟେସନ୍ର ୨୮ ବର୍ଷୀୟ କନଷ୍ଟେବଲଙ୍କୁ ମଧ୍ୟ କରୋନା ଆକ୍ରାନ୍ତ କରିଥିବା ଜଣାପଡ଼ିଛି। ସଂକ୍ରମିତ କନଷ୍ଟେବଲଙ୍କ ସଂସ୍ପର୍ଶରେ ଖରସ୍ଥିତ ହସ୍ପିଟାଲରେ ମୁତୟନ ୧୨ରୁ ୧୫ ପୁଲିସ କର୍ମଚାରୀ ଆସିଥିବାର ଆଶଙ୍କା କରାଯାଉଛି। ସନ୍ଦିଗ୍ଧ ପୁଲିସ କର୍ମଚାରୀଙ୍କ ନମୁନା ପରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମିତ କନଷ୍ଟେବଲ ମହିମ ଥାନା କଲୋନୀରେ ରହୁଥିବାରୁ କଲୋନୀବାସିନ୍ଦାଙ୍କ ନମୁନା ପରୀକ୍ଷଣ କରିବାର ଆବଶ୍ୟକତା ଅଛି ବୋଲି ଖର ଥାନାର ବରିଷ୍ଠ ଅଧିକାରୀ ଗଜାନନ କାବଡୁଲେ କହିଛନ୍ତି।