ଶ୍ରୀମନ୍ଦିର ସହ ଜଡ଼ିତ ୨୩ କରୋନା ପଜିଟିଭ ଚିହ୍ନଟ

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୭ ଜଣ ସେବାୟତ ଓ ସେମାନଙ୍କ ପରିବାରର ୩ ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ, ଜୋତା ଷ୍ଟାଣ୍ଡର ୮ଜଣ, ଜଗନ୍ନାଥ ଟେମ୍ପଲ ପୁଲିସ ଓ ଜଣେ ମାଳି ରହିଛନ୍ତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।